ମାତୃଗିରିରେ ଦର୍ଶନ ଦିବସରେ ଶ୍ରୀମା ଜୟନ୍ତୀ

0
304

ବୁଗୁଡା: ୨୧/୦୨/୨୦୨୧: ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ପାଳିତ ଦର୍ଶନ ଦିବସମାନଙ୍କ ମଧ୍ୟରେ ଫେବୃୟାରୀ ୨୧ ତାରିଖ ଶ୍ରୀମାଙ୍କ ଜୟନ୍ତୀ ଅନ୍ୟତମ ଅଟେ। ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ଆଦର୍ଶକୁ ନେଇ ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ମାତୃଗିରିରେ ସ୍ଥାପିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ଶ୍ରୀମାଙ୍କ ଜୟନ୍ତୀ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ପାଳିତ ହୋଇ ଯାଇଛି । ଶିକ୍ଷାକେନ୍ଦ୍ର ସଭାପତି ନାରାୟଣ ସାମନ୍ତରା ଆଧ୍ୟାତ୍ମିକ ମାତୃପତକା ଉତ୍ତୋଳନ କରିଥିବା ବେଳେ ଅଧ୍ୟକ୍ଷ ରତ୍ନାକର ମହାରଣା ସଭା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ‘ସମଗ୍ର ଜୀବନ ହିଁ ଶିକ୍ଷା’ ଶ୍ରୀମା’ଙ୍କର ଏହି ଉକ୍ତିର ଯଥାର୍ଥତା ଉପରେ ଆଲୋଚନା କରାଯାଇଥିଲା । ଧ୍ୟାନ, ପ୍ରାର୍ଥନା, ଦୁର୍ଗାସ୍ତୋତ୍ର, ମା’ ବହି ୩ୟ ଅଧ୍ୟାୟ ପଠନ ସହ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏ.ଶଙ୍କର ରାଓ, ଇ.ଚନ୍ଦ୍ରମା ଦୋରା, ଏସ୍.ସୁନାଲି ରେଡ୍ଡୀ, ରାଧାରାଣୀ ପୁଜାରୀ ଓ ନୟନୀ ମହାରଣା ଅଂଶ ଗ୍ରହଣ କରିଥିବା ବେଳେ ଶିଶୁଅତିଥି ଭାବେ ଶିକ୍ଷାକେନ୍ଦ୍ରର ଛାତ୍ର ଜଗଦିଶ୍ ନାହାକ, ଆଶୀର୍ବାଦ ମହାରଣା ଓ ଛାତ୍ରୀ ସାଧନା ମହାରଣା ଯୋଗଦେଇ ଶ୍ରୀମାଙ୍କ ବାଲ୍ୟ ଜୀବନ କଥା ବର୍ଣ୍ଣନା କରିଥିଲେ । ଶେଷରେ ଚନ୍ଦ୍ରମା ଅପା ମାତୃବନ୍ଦନା ଗାନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here