ଆଇସିଡିଏସର କେନ୍ଦ୍ରୀୟ ବଜେଟ୍ ହ୍ରାସ ବିରୋଧରେ ରାଜଭବନ ସମ୍ମୁଖରେ ଧାରଣା ଦେବାକୁ ଆହ୍ବାନ ରଖିଲା ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ।

0
215

ଭୁବନେଶ୍ୱର, ୧୪/୦୨/୨୦୨୧: ସାର୍ବଭୌମତ୍ୱ ଭାରତବର୍ଷର ସର୍ବପ୍ରଥମ ତଥା ସର୍ବବୃହତ ସମନ୍ୱିତ ଶିଶୁ ବିକାଶ ସେବା ଯୋଜନାର ଚଳିତ ଆର୍ଥିକ ବର୍ଷର ବଜେଟରେ କେନ୍ଦ୍ର ସରକାର ଆଠ ହଜାର କୋଟି ଟଙ୍କା ହ୍ରାସ କରିଥିବା ନେଇ ଆଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ କଂଗ୍ରେସ ( AITUC ) ଅନୁବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ( NOAKS ) ଦୃଢ଼ ବିରୋଧ କରିଅଛି । ଆଜି ଭୁବନେଶ୍ୱର ୟୁନିଟ୍ – ୯ ସ୍ଥିତ ସଂଘର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ରାଜ୍ୟ କମିଟି ବୈଠକରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ବିରୋଧରେ ଆସନ୍ତା ମାର୍ଚ୍ଚ ପହିଲା ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦେବାକୁ କର୍ମୀ ସମୂହଙ୍କୁ ଆହ୍ବାନ ଦେଇଅଛି । ସଂଘ ରାଜ୍ୟ ସଭାପତି ଶ୍ରୀ ଅଶୋକ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ବାଇଁଙ୍କ ସହ ବହୁ ରାଜ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନିଜନିଜ ବକ୍ତବ୍ୟ ରଖିଥିଲେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି -୨୦୧୯ ପ୍ରକାରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତିରେ କେନ୍ଦ୍ର ବଜେଟ ଅନୁଦାନ ହ୍ରାସକରି ଯୋଜନାକୁ ପଙ୍ଗୁ କରିଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏବଂ ଏହା ବିରୋଧରେ ବ୍ୟାପକ ସଂଗ୍ରାମ ନିମନ୍ତେ ଆହ୍ୱାନ ଦେଇଛନ୍ତି।

ଏହାସହିତ ଅଙ୍ଗନୱାଡ଼ି କର୍ମୀଙ୍କ ନ୍ୟାୟସଙ୍ଗତ ଦାବୀକୁ ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତିମତେ ୱାର୍କର୍ ମାନ୍ୟତା ପ୍ରଦାନ କରି ସର୍ବନିମ୍ନ ଭତ୍ତା ୨୧ ହଜାର ଟଙ୍କାକୁ ବୃଦ୍ଧି କରିବା , ପେନସନ ବାବଦକୁ ତିନି ହଜାର ଟଙ୍କା ପ୍ରଦାନ କରିବା , ଯୋଗ୍ୟ ଅଙ୍ଗନୱାଡ଼ି କର୍ମୀଙ୍କୁ ଶତପ୍ରତିଶତ ପଦୋନ୍ନତି ଦେବା ସହ ଖାଲିଥିବା ସୂପରଭାଇଜର ପଦବୀ ପୂରଣ କରିବା , ସମ୍ମୁଖ କରୋନା ଯୋଦ୍ଧା ଭାବରେ ମୃତ୍ୟୁ ବରଣ କରିଥିବା କର୍ମୀଙ୍କୁ ବିଭାଗୀୟ ଘୋଷିତ ଅନୁକମ୍ପା ରାଶି ପ୍ରଦାନ କରିବା , କର୍ମୀଙ୍କ ପରିବାର ସୁରକ୍ଷା ପାଇଁ ଜଣକୁ ଚାକିରୀରେ ଅବସ୍ଥାପିତ କରିବା , ବର୍ଦ୍ଧିତ ମହଙ୍ଗା ଦର ଅନୁପାତରେ କେନ୍ଦ୍ର ରନ୍ଧନ ସାମଗ୍ରୀ ଦର ନିର୍ଦ୍ଧାରଣ କରିବା , ପ୍ରାକ୍ – ବିଦ୍ୟାଳୟ ଶିଶୁଙ୍କ ପୋଷାକ ଓ ସ୍ୱେଟର ବଣ୍ଟନରେ ହୋଇଥିବା ନିମ୍ନ ମାନର ପୋଷାକ ଯୋଗାଣର ତଦନ୍ତ ଦାୟିତ୍ୱରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ସମ୍ପର୍କୀୟ ସକ୍ରିୟ ଠକ ଛତୁଆ ବେପାରୀଙ୍କ ମୁଖା ଖୋଲିବା , ଅଙ୍ଗନୱାଡ଼ି କେନ୍ଦ୍ର ନାମରେ ରନ୍ଧନ ଗ୍ୟାସ୍ ସଂଯୋଗ କରିବା ସହ ଦୁଇ ଚୁଲା ବିଶିଷ୍ଟ ଗ୍ୟାସ ଷ୍ଟୋଭ୍ ଏବଂ ୧୪ . ୫ କେ ଜି ବିଶିଷ୍ଟ ସିଲିଣ୍ଡର ଯୋଗାଇବା , କେନ୍ଦ୍ର ସମୂହ ବିଦ୍ୟୁତ୍ ସଂଯୋଗ କରିବା ଏବଂ ଖର୍ଚ୍ଚଦେୟ ପ୍ରଦାନ ବ୍ୟବସ୍ଥା , ପାନୀୟଜଳ ଯୋଗାଣ କରିବା ସହ ଭିତ୍ତିଭୂମିର ବିକାଶ କରିବା ଆଦି ଦାବୀକୁ ନେଇ କେନ୍ଦ୍ର ସରକାରଙ୍କ ବୈମାତୃକ ଭାବକୁ ନେଇ ସଂଗ୍ରାମ ଜାରି ରଖିବାକୁ କର୍ମୀ ସଂଘ ନିଷ୍ପତି ସହ ମାର୍ଚ୍ଚ ୧ ତାରିଖ ରାଜଭବନ ଘେରାଉ ଏବଂ କର୍ମୀଙ୍କ ଧାରଣା ସଫଳ କରାଇବାକୁ ଆହ୍ୱାନ ଦେଇଅଛି ।

ଅନୁଷ୍ଟିତ ଏହି ବୈଠକରେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମିସଂଘ କାର୍ଯ୍ୟକାରୀ ସଭାପତି ଶ୍ରୀ ବିଜୟ ଜେନାଙ୍କ ସହ ବିଷ୍ଣୁପ୍ରିୟା ଜେନା , ମାମତାଜ୍ ଖୁଣ୍ଟିଆ , ସୁର ଜେନା , ମଳୟ ମଞ୍ଜରୀ ଜେନା , ସ୍ୱର୍ଣାଲତା ପ୍ରଧାନ , ବୀଣାପାଣି ବେହେରା , ପାଙ୍କଜିନି ଶବର , ସୌଦାମିନୀ ଦାସ , ପ୍ରତିମା ଦାସ , ସାବିତ୍ରୀ ପଣ୍ଡା , କଳ୍ପନା ଦଳେଇ , ନର୍ମଦା ନାହାକ , ବାସନ୍ତୀ ସାହୁ , ସୁଲୋଚନା ରଥ , ମିତା ମିଶ୍ର ,ଦମୟନ୍ତୀ ଦୋରା , ଉର୍ମିଳା ଜେନା , ସୁଷମା ପ୍ରଧାନ ସୁଜାତା ନାୟକ ପ୍ରମୁଖ ଜିଲ୍ଲା କମିଟି କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ସଫଳ କରାଇବାକୁ ନିଷ୍ପତି ଗ୍ରହଣ କରିଥିଲେ ।

– ବ୍ୟୁରୋ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here