ଅଙ୍ଗାରଗାଁ ରେ ପଥର ମାଫିଆ ଙ୍କ ରାଜ୍, ଦିନ ଦ୍ୱିପହରେ ଚାଲିଛି ବ୍ଳାଷ୍ଟିଙ୍ଗ !

0
329

ବ୍ରହ୍ମପୁର, ୧୨/୦୨/୨୦୨୧ : ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଏବଂ ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକ ସର୍କଲ ଅନ୍ତର୍ଗତ ଅଙ୍ଗାରଗାଁ ର ଗିଲିଣ୍ଡା ରାସ୍ତା ନିକଟ ପଥରକୁଦି ପାହାଡରେ ଦେଖିବାକୁ ମିଳିଛି ବେଆଇନ୍ ପଥର ବ୍ଳାଷ୍ଟିଙ୍ଗ । ଆଇନ୍ ଆଖିରେ ଧୂଳି ଦେଇ ଦିନ ଦିପହରେ ହେଉଛି ଲକ୍ଷାଧିକ ଟଙ୍କା ର ରାଜସ୍ଵ ହରିଲୁଟ୍ । ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପଥର ମାଫିଆ ମୋଟା ଅଙ୍କର ଅର୍ଥ ରାଶି ପ୍ରଦାନ କରି ଦିନ ଦିପହରେ ଚଳାଇଛନ୍ତି ଏହି ବେଆଇନ୍ କାରବାର ବୋଲି ଅଭିଯୋଗ କରିଛନ୍ତି ଅଭିଯୋଗ କାରୀ । ଏକଥା ଆମେ କହୁନି ଯାହା ଆମ କ୍ୟାମେରା ସାମନାରେ କହିଛନ୍ତି ଅଭିଯୋଗ କାରୀ। ଜଣେ କର୍ତ୍ତବ୍ୟ ନିଷ୍ଠ ଗଣ ମାଧ୍ୟମର ପ୍ରତିନିଧି ହିସାବରେ ଯାହା ଆମେ ଦେଖିଲୁ ଏବଂ ଅଭିଯୋଗ କୁ ଭିତ୍ତି କରି ଉପସ୍ତାପନା କରୁଛୁ । ଉକ୍ତ ପାହାଡରେ ଦିନ ଦିପହରରେ ପଥର ଖନନ ଏବଂ ବ୍ଳାଷ୍ଟିଙ୍ଗ ହେଉଥିବା ର ଦେଖିବାକୁ ମିଳିଛି । ଗତକାଲି ପଥର ଖନନ ଚାଲିଥିବା ବେଳେ ଆମ କ୍ୟାମେରା କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ପଥର ମାଫିଆ ଏବଂ ନିୟୋଜିତ ଶ୍ରମିକ ଏବଂ କର୍ମଚାରୀ ମାନେ କାଳେ ସେମାନଙ୍କ ଫୋଟ କ୍ୟାମେରାରେ କୟଦ ହୋଇଯିବ ବୋଲି ସେମାନେ ନିଜ ନିଜର ଯୋତା ଏବଂ ପାଣି ବୋତଲ ଛାଡି ଡିଅଁ। ମାରିଥିବା ର ଦେଖିବାକୁ ମିଳିଥିଲା । ଅଭିଯୋଗ କାରୀଙ୍କ କହିବା ମୁତାବକ ସମ୍ପୃକ୍ତ ପଥର ମାଫିଆ ଜଣଙ୍କ କୁଆଡେ ବିଭାଗୀୟ ଅଧିକାରୀ ଙ୍କୁ ମୋଟା ଅଙ୍କର ଟଙ୍କା ଦେଇଛନ୍ତି ଫଳରେ ଏହି ବେଆଇନ୍ ପଥର ଖନନ ବିଷୟରେ ଫୋନ୍ କରି କହିଲେ ମଧ୍ଯ ଅଧିକାରୀ ମାନେ କର୍ଣ୍ଣପାତ କରୁନାହାନ୍ତି । ଏଥିସହିତ ଏହି ପଥର ବ୍ଳାଷ୍ଟିଙ୍ଗ ହେବା ଦ୍ଵାରା ପାଖରେ ଥିବା ଛାଷ ଜମି ଏବଂ ଗୃହ ନିର୍ମାଣ ଚାଲିଥିବା ସ୍ଥାନରେ ପଥର ଖଣ୍ଡ ଆସି ପଡୁଛି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଜୀବନ ଅତି ବାହିତ କରୁଛନ୍ତି ଏବଂ ପଥର ବ୍ଳାଷ୍ଟିଙ୍ଗ ସମୟ ରେ ପଦାକୁ ଭୟରେ ବାହାରୁନାହାନ୍ତି । ଏବଂ ଦିନ ଦି ପହରେ ଗାଡି ଗାଡି ପଥର ଚୋରା ଚାଲାଣ ହେଉଥିବା ବେଳେ ସମୁଦ୍ର କୁ ସଙ୍ଖେ ନ୍ୟାୟ ରେ ସ୍ଵଳ୍ପ ପରିମାଣ ର ରସିଦ୍ କାଟି ଅଧିକାରୀ ମାନେ ମୋଟା ଅଙ୍କର ଅର୍ଥରାଶି ଚଳୁ କରିବା ସହ ଏହି ବେଆଇନ୍ କାର୍ଯ୍ୟ କୁ ପରୋକ୍ଷ ରେ ସମର୍ଥନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭିଯୋଗ କାରୀ । ରାଜସ୍ୱ ନିରୀକ୍ଷକ ଙ୍କ କହିବା ମୁତାବକ ଏହି ପଥର ବ୍ଳାଷ୍ଟିଙ୍ଗ ବିଷୟରେ ମୁଁ ଜାଣିନି, ଏହି ବିଷୟରେ ମୁଁ ତହସିଲଦାର ଙ୍କୁ ଜଣାଇବି ଏବଂ ତହସିଲଦାର ଙ୍କ ନିର୍ଦ୍ଦେଶ ମୁତାବକ ଆମେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁବୋଲି କହିଛନ୍ତି । ବାସ୍ତବରେ ସରକାରୀ ବାବୁ ମାନେ ଏହି ବିଷୟରେ ଜାଣି ନାହାଁନ୍ତି ନା ଜାଣି ନ ଜାଣିବା ର ଅଭିନୟ କରୁଛନ୍ତି ଦେଖା ଯାଉ ଆଗକୁ କଣ ହେଉଛି ଦେଖିବାକୁ ବାକି ରହିଲା । କୁଆଡ଼େ ସମ୍ପୃକ୍ତ ମାଫିଆ ଜଣ ଙ୍କ ବିଭାଗୀୟ ଅଧିକାରୀ ମାନଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିବା କଥା କହିବା ସହ ମୋର କିଏ କିଛି କରିପାରିବ ନାହିଁ ବୋଲି କହି ବୁଲୁଛନ୍ତି ବୋଲି ସାଧାରଣ ରେ ଆଲୋଚନା ଚାଲିଛି ! ଏହି ବେଆଇନ୍ ପଥର ବ୍ଳାଷ୍ଟିଙ୍ଗ ସ୍ଥାନ ଟି ରାଜସ୍ୱ ବିଭାଗର ହେବା ସହ ପ୍ଲଟ ନଂ ୩୮୮ ବୋଲି ଜଣାପଡ଼ିଛି । ଘଟଣା ସମ୍ପର୍କରେ କୋଦଳା ତହସିଲଦାର ଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି । ଯଦି ସେମିତି ବେଆଇନ୍ କାମ ଚାଲିଛି ତଦନ୍ତ କରାଯିବ କହି କାମ ସାରି ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠିଛି ଦୀର୍ଘ ମାସ ହେବ ଚାଲିଥିବା ପଥର ଖନନ ବିଷୟରେ ପ୍ରଶାସନ ଜାଣି ପାରୁନି କେମିତି? କେଉଁ ପ୍ରସାଶନିକ ଅଧିକାରୀ ଙ୍କ ଛତ୍ରଛାୟା ତଳେ ଚାଲିଛି ପଥର ମାଫିଆ ଙ୍କ ମନମାନୀ? କୋଟି କୋଟି ଟଙ୍କାର ରାଜସ୍ୱ ହାନି ହୋଇଥିବା ବେଳେ ପଥର ମାଫିଆ ଙ୍କ ଉପରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ଦେଖିବକୁ ବାକି ରହିଲା ?

LEAVE A REPLY

Please enter your comment!
Please enter your name here