ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କମିଟିର ଅଷ୍ଟମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ଅଭିଯାନ

0
315

ବ୍ରହ୍ମପୁର,୧୧/୦୨/୨୦୨୧: ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ତାଲୁକା ଛକ ଠାରେ ଅଷ୍ଟମ ପର୍ଯ୍ୟାୟ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାର କେନ୍ଦ୍ର ଠାରେ ଗଞ୍ଜାମ ଜିଲ୍ଲା ସମ୍ବନ୍ଧୀୟ କୌଣସି ପ୍ରସ୍ତାବ ଦେଇନଥିବା ବେଳେ ଉକ୍ତ ପ୍ରସଙ୍ଗ ନେଇ ଜିଲ୍ଲାର ବିରୋଧୀ ଦଳ ମାନେ ମଧ୍ୟ ପ୍ରତିକ୍ରିୟାଶୂନ୍ୟ ହୋଇପଡିଛନ୍ତି l ଏଣିକି ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇଛି l ମିଳିତ କମିଟି ଆବାହକ ରାଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ସହ ଆବାହକ ଅବନୀ ଗୟା, ଜାମୁଲl ସୁରେଶ,ରାମଚନ୍ଦ୍ର ପଣ୍ଡା,ରମେଶ ଚନ୍ଦ୍ର ବେହେରା, ଡ଼ା. ରାମହରୀ ଖଣ୍ଡୁଆଳ, ଗଗନ ଚନ୍ଦ୍ର ମଲ୍ଲିକ,ଶ୍ୟାମ ସୁନ୍ଦର ସାହୁ, ଏସ. କେଶବ ଲିଙ୍ଗମ, ଡ଼ଃ. ଶିବ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ସାହୁ, ବିଶ୍ୱଦେବ,ବନମାଳୀ ବିଶ୍ୱାଳ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ବି. ସ୍ୱରାଜ୍ୟ ସୁବୁଦ୍ଧି ପ୍ରମୁଖ ଆଜିର ପୋଷ୍ଟକାର୍ଡ ଦସ୍ତଖତ ଓ ପଥପ୍ରାନ୍ତ ସଭାରେ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here