ଭାରତରେ ଚଳିତ ବର୍ଷ ଆରମ୍ଭ ହେବ ହ୍ୱାଟ୍ସଆପ ୟୁପିଆଇ ପେମେଣ୍ଟ

0
423

ଯଦି ଆପଣ ହ୍ୱାଟ୍ସଆପରେ ପେମେଣ୍ଟ ସେବା ପାଇଁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ହ୍ୱାଟ୍ସଆପରେ ପେମେଣ୍ଟ ସର୍ଭିସ୍ ଏବେ ଆରମ୍ଭ ହେବାକୁ ଯାଉଛି । ହ୍ୱାଟ୍ସଆପର ଗ୍ଲୋବାଲ ହେଡ ବିଲ କୈଥକାର୍ଟ ଏକ ଇଭେଣ୍ଟ ରେ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, କମ୍ପାନୀ ହ୍ୱାଟ୍ସଆପରେ ମେସେଜ ପଠାଇବା ଭଳି ଟଙ୍କା ପଠାଇବା ସହଜ କରିବାକୁ ଯାଉଛି । ତେବେ ଏନେଇ କୌଣସୀ ତାରିଖ ବିଷୟରେ ସେ ସୂଚନା ଦେଇ ନାହାଁନ୍ତି । ସୂଚନାନୁଯାୟୀ, ଗତ ବର୍ଷଠାରୁ ହ୍ୱାଟ୍ସଆପ କମ୍ପାନୀ ୧୦ ଲକ୍ଷ ୟୁଜରଙ୍କ ସହ ପେମେଣ୍ଟ ସେବା ଟେଷ୍ଟିଙ୍ଗ କରୁଛି । ଭାରତରେ ଏବେ ହ୍ୱାଟ୍ସଆପ ବ୍ୟବହାର କରୁଥିବା ୟୁଜରଙ୍କ ସଂଖ୍ୟା ୪୩୦ କୋଟି ରହିଛି । ୨୦୨୩ ପର୍ଯ୍ୟନ୍ତ ଭାରତରେ ଡିଜିଟାଲ ପେମେଣ୍ଟମାର୍କେଟ ଏକ ଟ୍ରିଲିୟନ ଡଲାର ଅର୍ଥାତ୍ ୬,୯୦ ଅରବରେ ପହଁଚିବାକୁ ଅନୁମାନ କରାଯାଉଛି । ରିଜର୍ଭ ବ୍ୟାଙ୍କର ସର୍ତ ଅନୁଯାୟୀ, ପେମେଣ୍ଟ ଅଥେଣ୍ଟିକେଶନ ଏବଂ ଡାଟା ଷ୍ଟୋରେଜ ସମସ୍ୟା କାରଣରୁ ଭାରତରେ ହ୍ୱାଟ୍ସଆପ ପେମେଣ୍ଟ ଆରମ୍ଭ ହେବାକୁ ବିଳମ୍ବ ହେଉଛି ।

LEAVE A REPLY

Please enter your comment!
Please enter your name here