ଫେବୃଆରୀ ୮ତାରିଖରୁ ଖୋଲିବ ସ୍କୁଲ । ଆରମ୍ଭ ହେବ ନବମ ଓ ଏକାଦଶ ପାଠପଢା । ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।

0
161

ଭୂବନେଶ୍ୱର, ୦୧/୦୨/୨୦୨୧(ବ୍ୟରୋ ରିପୋର୍ଟ)
ଛାତ୍ରଛାତ୍ରୀମାନେ ଏଥରକ ବ୍ୟାଗ୍ ସଜାଡ଼ିବେ। ଆସନ୍ତା ୮ ତାରିଖରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ।ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୮ ତାରିଖରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୋଭିଡ୍‌ କଟକଣା ଭିତରେ ହେବ ପାଠପଢ଼ା । କରୋନା ଯୋଗୁଁ ଗତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ ବନ୍ଦ ରହିଥିଲା ସ୍କୁଲ କଲେଜ। ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଛି । ଏବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କୋଭିଡ କଟକଣା ମଧ୍ୟରେ ଶ୍ରେଣୀଗୃହ ଖୋଲିବା ସହ ଛାତ୍ରଛାତ୍ରୀମାନେ ସମସ୍ତ ନିୟମ ମାନିବାକୁ କୁହାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି।

LEAVE A REPLY

Please enter your comment!
Please enter your name here