କରୋନା ସଚେତନତାର ୩ଶତ ଦିବସର ସମୀକ୍ଷା ବୈଠକ।

0
140

ଯାଜପୁର,୨୨/୦୧/୨୦୨୧:ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ମହାମାରୀ କରୋନା ସଚେତନତାସହ ଏହି ସମୟରେ ନିଜର ଜୀବିକା ହରାଇ ଆର୍ଥିକ ସଂକଟରେ ପଡିଥିବା ବ୍ୟକ୍ତିବିଶେଷଙ୍କୁ ରିଲିଫ ସହାୟତା ଯୋଗାଇ ଦେବା ନିମନ୍ତେ ମାର୍ଚ୍ଚ ୨୨ତାରିଖରୁ ଆଜକୁ ଦୀର୍ଘ ୩୦୦ଦିନ ଧରି ନିରବଛିନ୍ନ ଭାବରେ ଚାଲିଆସୁଥିବା କାର୍ଯ୍ୟକ୍ରମର ଆଜି ୩୦୦ତମ ଦିବସର ସମୀକ୍ଷା ବୈଠକ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସୁନ୍ଦର ପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଡ୍ୟାନ୍ସ ଗ୍ରୁପର ନିର୍ଦେଶକ ମାଷ୍ଟର ମିହିର କୁମାର ଓ କଳାକାର ଶଶିକାନ୍ତ ପଣ୍ଡା ଯୋଗଦାନକରି ସେବା କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବରେ ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟର ଇଂରାଜୀ ବିଭାଗୀୟମୁଖ୍ୟ ପ୍ରାଧ୍ୟାପକ ଶ୍ରୀକାନ୍ତ ନାୟକ, ମୁଖ୍ୟବକ୍ତା ଭାବରେ ଅନୁଗୁଳ ଗାନ୍ଧର୍ବ ମହାବିଦ୍ୟାଳୟର ହିନ୍ଦୁସ୍ତାନୀ ଭୋକାଲର ଅଧ୍ୟାପକ ରୁଦ୍ର ଚରଣ ପୃଷ୍ଟି ଯୋଗଦାନ କରି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here