ଦିଲ୍ଳୀର କୃଷକ ଆନ୍ଦୋଳନର ସୋରଡାରେ କୃଷକଙ୍କ ଶୋଭାଯାତ୍ରା ଓ ବିକ୍ଷୋଭ

0
173

ସୋରଡା, ୨୦/୦୧/୨୦୨୧(ବ୍ୟୁରୋ ରିପୋର୍ଟ)
ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ କମିଟି ଆହ୍ୱାନରେ କୃଷି ଓ କୃଷକ ବିରୋଧି ତିନି କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍ ରଦ୍ଦ କରିବା ଦାବିରେ ଗତ ୫୬ ଦିନ ଧରି ଦିଲ୍ଳୀରେ କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ଅବ୍ୟାହତ ରହିଛି । ଆଜି ଏହି ଆନ୍ଦୋଳନର ସମର୍ଥନରେ ସୋରଡା ବ୍ଳକ୍ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏଆଇକେଏମଏସ୍ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ କୃଷକ ମାନଙ୍କ ଏକ ବିଶାଳ ପଟୁଆର ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ସହର ପରିକ୍ରମା କରି ବ୍ଳକ୍ ଅଫିସରେ ପହଞ୍ଚି ଥିଲା । ଏଆଇକେଏମଏସ୍ ବ୍ଳକ୍ ସଭାପତି ରଘୁନାଥ ନାୟକ, ସଂଗ୍ରାମ ନାୟକ, ସମ୍ପାଦକ କାଳୀଚରଣ ନାୟକ, ଉପସଭାପତି ସର୍ବିନ ଗମାଙ୍ଗଙ୍କ ନେତୄତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଂଗଠନର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଦିଲ୍ଳୀର ଐତିହାସିକ କୃଷକ ଆନ୍ଦୋଳନରେ ଏଯାଏଁ ପ୍ରାୟ ୧୩୦ରୁ ଉର୍ଦ୍ଧ ଚାଷୀ ମୃତ୍ୟୁବରଣ କରି ଶହୀଦ ହୋଇଥିଲେ ବି କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୄତ୍ଵାଧିନ ବିଜେପି ସରକାର ବଡ କର୍ପୋରେଟଙ୍କ ସ୍ଵାର୍ଥରେ ଦେଶର କୋଟି କୋଟି ଅର୍ଣ୍ଣଦାତାଙ୍କ ଦାବି ପ୍ରତି କର୍ଣ୍ଣପାତ ନ କରିବା ନିନ୍ଦନୀୟ ବୋଲି କହିଥିଲେ । ଏହି ତିନି ଆଇନ କାର୍ଯ୍ୟକାରୀ ହେଲେ ଦେଶର କୃଷକଙ୍କ ହାତରୁ ଜମି ଓ ଚାଷ କମ୍ପାନୀଙ୍କ ହାତକୁ ଚାଲିଯିବ ବୋଲି କହିଥିଲେ ।
ଏହି ଅବସରରେ ସମସ୍ତ ବକ୍ତା ତୁରନ୍ତ କୃଷକ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ତିନି କଳା କଳା କୃଷି ଆଇନର ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଆଦିବାସୀ ନେତା ବଡାସା ମଳିକ, ସମୀର ମଳିକ, ଦୟାନିଧି ଗୌଡ, ଯୁବ ନେତା ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ମୋଦି ସରକାରଙ୍କ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ପରାସ୍ତ କରି ଦେଶର କୃଷି ଓ କୃଷକଙ୍କୁ ବଂଚାଇବାକୁ ଡାକରା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here