ରକ୍ତଚନ୍ଦନ ଚୋରାଚାଲାଣ । ଦେଢ କୁଇଣ୍ଟାଲ ରକ୍ତ ଚନ୍ଦନ ସହ ୨ ଜଣକୁ ହେପାଜତକୁ ନେଲା ପାରଳାଖେମୁଣ୍ଡି ବନ ବିଭାଗ ।

0
174

ବ୍ରହ୍ମପୁର, ୧୮/୦୧/୨୦୨୧: ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ଚିରାଚରିତ ଢଙ୍ଗରେ ବନବିଭାଗ ଆଖିରେ ଧୂଳି ଦେଇ ବନଜାତ ସାମଗ୍ରୀର ଅବୈଧ ଚାଲାଣ ହେଉଥିଲେ ମଧ୍ୟ ଗଞ୍ଜେଇ , ମଶାଣି ଛାଲି , ଚନ୍ଦନ କାଠ ମାଫିଆଙ୍କ ପ୍ରତି ବିଭାଗ କର୍ମଚାରୀଙ୍କ ଅସାଧୁ ସମ୍ପର୍କରେ ବହୁ ତଥ୍ୟ ପଦାକୁ ଆସୁଅଛି । ପରନ୍ତୁ ପାରଳାଖେମୁଣ୍ଡି ବନବିଭାଗ ଦ୍ୱାରା ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶକୁ ଚୋରାଚାଲାଣ ବେଳେ ବନ ବିଭାଗ ଦ୍ୱାରା ତିନି ଗୋଟି ରକ୍ତ ଚନ୍ଦନ କାଠ ଗଣ୍ଡିକୁ ବିଭାଗ ଜବତ କରିଛି । ଚୋରାଚାଲାଣରେ ବ୍ୟବହୃତ ଅଟୋକୁ ଜବତ କରାଯାଇ ଏଥିରୁ ଦେଢ କୁଇଣ୍ଟାଲ୍ ଓଜନର ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଜବତ କରାଯାଇଛି । ରକ୍ତଚନ୍ଦନ ଚୋରାଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଅଟକରଖିବା ସହ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣର ଉଦ୍ୟମ ନେଇ ତଥ୍ୟ ପ୍ରଘଟ ପରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ନିର୍ଦ୍ଧିଷ୍ଟ କର୍ମଚାରୀଙ୍କୁ ନେଇ ସ୍ଵତନ୍ତ୍ର ବାହିନୀ ଗଠନର ନିର୍ଦ୍ଧେଶ ଜାରି କରିଥିଲେ । ବନ ଉପଖଣ୍ଡର ମହେନ୍ଦ୍ର ରେଞ୍ଜ ଅଧିକାରୀ କୋବୀନ ପରିଚ୍ଛା ଓ ଦେବଗିରି ରେଞ୍ଜ ଅଧିକାରୀ ଅରୁଣ କୁମାର ବେହେରା ବନ କର୍ମଚାରୀଙ୍କ ସହ ସଜାଗ ରହି ପେଟ୍ରୋଲିଂ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଗତକାଲି ପେଟ୍ରୋଲିଂ ବେଳେ ରାତ୍ର ୭ ଘଣ୍ଟା ସମୟରେ ବାଞ୍ଜେରୀ ଗ୍ରାମ ଛକରୁ ଏକ ଅଟୋ ଦୃତ ଗତିରେ ଯାଉଥିବା ଜାଣି ସନ୍ଦେହରେ ଅଟୋକୁ ଅଟକ ରଖି ଯାଞ୍ଚ କରିଥିଲେ । ଯାଞ୍ଚ୍ ବେଳେ ରକ୍ତଚନ୍ଦନ ଚୋରାଚାଲାଣ ହେଉଥିବା ନେଇ ସ୍ପଷ୍ଟ ହୋଇଥିଲା । ଜବତ ଅଟୋରୁ ଦେଢ କୁଇଣ୍ଟାଲ ଥିବା ତିନି ଗୋଟି ରକ୍ତ ଚନ୍ଦନ କାଠ ଗଣ୍ଡିକୁ ଜବତ କରାଯିବା ସହିତ ୨ ଜଣକୁ ଅଟକ ରଖାଯାଇଥିବା ନେଇ ସୂଚନା ରହିଅଛି । ଅଟୋ ଡ୍ରାଇଭର ବିରାଜ ଆନ୍ଦପୁ (୩୦) ଓ ଭେଙ୍କେଟେଶ ମିଶାଲ (୨୮)ଙ୍କୁ ଅଟକ ରଖାଯାଇ ରକ୍ତଚନ୍ଦନ ଗଣ୍ଡି ସଂଗ୍ରହ ନେଇ ଖୋଳତାଡ଼ ସହ ଅନ୍ୟାନ୍ୟ ଲିଙ୍କ୍ ଖୋଜୁଥିବା ନେଇ ପାରଳା ଏସିଏଫଓ ଶ୍ରୀ ଗୌରୀ ପ୍ରସାଦ ରଥ ସୂଚନା ପ୍ରଦାନ କରିଛନ୍ତି ।

ସନ୍ତୋଷ ଦାଶ

LEAVE A REPLY

Please enter your comment!
Please enter your name here