ଆଉ କିଛି ସପ୍ତାହର ଅପେକ୍ଷା, ଭାରତରେ ପ୍ରସ୍ତୁତ ହୋଇଯିବ କରୋନା ଟିକା, ୮ଟି ସଂସ୍ଥାକୁ ମିଳିଲା ସଫଳତା

0
366

ନୂଆଦିଲ୍ଲୀ,୦୪/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଆଉ ମାତ୍ର କିଛି ସପ୍ତାହର ଅପେକ୍ଷା । ଭାରତରେ ପ୍ରସ୍ତୁତ ହୋଇଯିବ କରୋନା ଟିକା। ଟିକା ପ୍ରସ୍ତୁତିରେ ୮ଟି ସଂସ୍ଥାକୁ ସଫଳତା ମିଳିଥିବା ବେଳେ ୩ଟି ଭାକ୍ସିନର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସର୍ବଦଳୀୟ ବୈଠକ ପରେ ଦେଶବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଥମେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ସ୍ଵାସ୍ଥ୍ୟକର୍ମୀ ଓ ବୟସ୍କମାନଙ୍କୁ ପ୍ରଥମେ ଟିକା ଦିଆଯିବ। ବିଜେଡି ପକ୍ଷରୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବୈଠକରେ ସାମିଲ ହୋଇଥିଲେ । ସେପଟେ ଆମେରିକାରେ କରୋନା ଟିକା ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ୩ ପୂର୍ବତନ ରାଷ୍ଟ୍ରପତି ।ସରି ସରି ଆସୁଛି ପ୍ରତୀକ୍ଷା। କିଛି ସପ୍ତାହ ମଧ୍ୟରେ ଆସିବ କରୋନା ଟିକା । ଦେଶବାସୀଙ୍କୁ ଏଭଳି ଆଶ୍ବାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟିକାକରଣ ପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ ଟାସ୍କ ଫୋର୍ସ ଗଠନ ହୋଇସାରିଥିବା ବେଳେ ଟିକା ଆସିଲେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ବୟସ୍କଙ୍କୁ ଦିଆଯିବ ବୋଲି ସର୍ବଦଳୀୟ ବୈଠକ ପରେ ସ୍ପଷ୍ଟ କରିଛନ୍ତି ମୋଦୀ। କରୋନା ସ୍ଥିତି ଏବଂ ଟିକା ବଣ୍ଟନ ସଂପର୍କରେ ଆଲୋଚନା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଭର୍ଚୁଆଲ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ରାଜ୍ୟସଭା ଏବଂ ଲୋକସଭାର ୧୯ ଦଳର ନେତା ମଧ୍ୟ ସାମିଲ ହୋଇଥିଲେ । ତେବେ ଭ୍ୟାକସିନ୍ ର ଦର ନିର୍ଦ୍ଧାରଣ ହୋଇନି । ଏ ନେଇ ରାଜ୍ୟମାନଙ୍କ ସହ ଆଲୋଚନା ଚାଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ସ୍ବାସ୍ଥ୍ୟକର୍ମୀ ଓ ବୟସ୍କଙ୍କୁ ଆଗ

ତେବେ ବୈଠକରେ ସମସ୍ତଙ୍କୁ ଟିକା ମିଳିବା ନେଇ କୌଣିସି ଆଲୋଚନା ହୋଇନଥିବାରୁ ଏହାକୁ ସମାଲୋଚନା କରିଛି କଂଗ୍ରେସ । ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହାକୁ ନେଇ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି। ସେହିପରି ବିଜେଡି ପକ୍ଷରୁ ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ସାମିଲ ହୋଇଥିଲେ । ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ପ୍ରାଥମିକତା ଦେବାକୁ ସର୍ବଦଳୀୟ ବୈଠକରର ବିଜେଡି ଦାବି ରଖିଛି। ବିଜେଡି ପକ୍ଷରୁ ଦୁଇଟି ପ୍ରସ୍ତାବ ଦିଆଯାଇଛି। ଜାତୀୟ ସ୍ତରରେ ତୃଣ ମୂଳ ସ୍ତରରୁ ଡାଟା ବେସ ପ୍ରସ୍ତୁତ କରିବା ପାଇଁ ବିଜେଡି ପ୍ରସ୍ତାବ ଦେଇଛି। ଭାକସିନ୍ ପାଇଁ ଭାରତ ଏବେ ସବୁଠାରୁ ବଡ଼ ବଜାର ଭାବେ ଉଭା ହୋଇଛି । ଭାରତ ୧୬୦ କୋଟି ଭାକସିନର ଆବଶ୍ୟକତା ପଡ଼ିବ ବୋଲି ଅନୁମାନ କରାଯାଉଛି, ଯାହା ଆମେରିକା ଠାରୁ ମଧ୍ୟ ଢେର ଅଧିକ। ତେବେ ଆମେରିକାରେ ତିନି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଜର୍ଜ ବୁଶ୍ ଓ ବିଲ୍ କ୍ଲିଣ୍ଟନ କ୍ୟାମେରା ସାମ୍ନାରେ ଟିକା ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଭାକସିନ୍ ପାଇଁ ଲୋକଙ୍କ ମନରେ ଭରସା ଜନ୍ମାଇବା ପାଇଁ ସେମାନେ ଏମିତି କରୁଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here