ଡିସେମ୍ବର ୧ରୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: ଝଲସୁଛି ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ବେଳାଭୂମି, କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ

0
263

ପୁରୀ, ୩୦/୧୧/୨୦୨୦(ବ୍ୟୁରୋ ରିପୋର୍ଟ)ଆଉ ଦିନକ ପରେ ଅର୍କକ୍ଷେତ୍ର କୋଣାର୍କରେ ଆରମ୍ଭ ହେଉଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଏଥର କରୋନା କଟକଣାରେ ଆୟୋଜିତ ହେଉଛି ଏହି ଉତ୍ସବ । ପର୍ଯ୍ୟଟନ ବିଭାଗ ଓ ଓଟିଡିସି ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଓଡ଼ିଶୀ, ଭାରତନାଟ୍ୟମ, ମଣିପୁରୀ, କୁଚିପୁଡି, ମୋହିନୀଆଟ୍ଟମ ଓ କଥକ ଆଦି ନୃତ୍ୟ ପ୍ରଦର୍ଶନ ହେବ । ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଉତ୍ସବର ସିଧା ପ୍ରସାରଣର ବ୍ୟବସ୍ଥା ହୋଇଛି । ଗ୍ୟାଲେରୀ ମଧ୍ୟକୁ କମ୍‌ ସଂଖ୍ୟକ ଦର୍ଶକଙ୍କ ପାଇଁ ଅନୁମତି ରହିଛି। ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଓଡ଼ିଶୀ, ଭାରତନାଟ୍ୟମ, ମଣିପୁରୀ, କୁଚିପୁଡି, ମୋହିନୀଆଟ୍ଟମ ଓ କଥକ ଆଦି ନୃତ୍ୟ ପ୍ରଦର୍ଶନ ହେବ । ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଉତ୍ସବର ସିଧା ପ୍ରସାରଣର ବ୍ୟବସ୍ଥା ହୋଇଛି । ଗ୍ୟାଲେରୀ ମଧ୍ୟକୁ କମ୍‌ ସଂଖ୍ୟକ ଦର୍ଶକଙ୍କ ପାଇଁ ଅନୁମତି ରହିଛି। ସେହିଭଳି ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରତିଯୋଗୀମାନେ ବିଭିନ୍ନ କଳାକୃତି ପ୍ରଦର୍ଶିତ କରିବେ । ବାଲୁକା କଳାରେ ୨୦ଟି ଷ୍ଟଲରେ ଭାରତର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ । କରୋନା କଟକଣା ଯୋଗୁ ମୀନାବଜାର, ହସ୍ତଶିଳ୍ପ ପ୍ରଦର୍ଶନୀ ଓ ଅପେରା ବାତିଲ କରାଯାଇଥିବାରୁ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ।

LEAVE A REPLY

Please enter your comment!
Please enter your name here