ଆମକୁ ମଞ୍ଚ ନତୁବା ସରକାରୀ ପ୍ରଯତ୍ନ ନିତାନ୍ତ ଆବଶ୍ୟକ : ବରିଷ୍ଠ କଳାକାର ମହାସଂଘ

0
262

ବ୍ରହ୍ମପୁର,୦୬/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ସଂପ୍ରତି କରୋନା ମହାମାରୀ ଜନିତ ସରକାରୀ କଟକଣା ଭିତରେ ଓଡ଼ିଶାର କଳାକାର ସମାଜ ସମ୍ପୂର୍ଣ ବେରୋଜଗାରୀ ହୋଇ ଆପଣା ଜୀବିକା ସାଧନ ବିକ୍ରିବଟା କଲେଣି । ଏଣିକି କଳାକାର ମଡକ ଆଶଙ୍କା ବଳବତ୍ତର ହୋଇ ଆସୁଛି । ଏଭଳି ଏକ ସଂକଟମୟ ସ୍ଥିତିରେ କଳାକାର ମାନଙ୍କୁ ମଞ୍ଚ ନତୁବା ସରକାରୀ ପ୍ରଯତ୍ନ ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି । ଏଣୁ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଡାକରା ଦେଇଥିଲା ଏକ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କୁ ଦାବି ପତ୍ର ପ୍ରଦାନ ନିମନ୍ତେ । ମାତ୍ର ପ୍ରଶାସନର ଅନୁମତି ନ ପାଇ ସ୍ଥାନୀୟ ହଳଦିଆ ପଦର ଓଭର ବ୍ରିଜ ତଳ ହୋଲ୍ ସେଲ୍ ପରିବା ମାର୍କେଟ କମ୍ପ୍ଲେକ୍ସ ଭିତରେ ମହାସଂଘ ସଭାପତି ନାଟ୍ୟଗୌରବ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପ୍ରତି କଳାକାର ମାନଙ୍କୁ ମଞ୍ଚ ନତୁବା ସରକାରୀ ପ୍ରଯତ୍ନ ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି ବୋଲି ମତ ପ୍ରକାଶ ପାଇଛି । ଏଥିରେ ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା,ଲୋକ କଳା ନିର୍ଦ୍ଦେଶକ ସଂଘ ସଭାପତି ଜି. ରାଜେନ୍ଦ୍ର ରେଡ୍ଡୀ, କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନବରଙ୍ଗପୁର କଳାକାର ସଂଘ ସଭାପତି ପେଣ୍ଡ୍ରା ପ୍ରସାଦ ନାୟକ, କୋରାପୁଟ କଳାକାର ସଂଘ ସଭାପତି ବାଲାଜୀ ସାମନ୍ତରାୟ, ବରିଷ୍ଠ କଳାକାର ତଥା ସମାଜସେବୀ ବଦ୍ରି ନାରାୟଣ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ଆରୋପିତ କରିଥିଲେ ।
ଏହି ଅବସରରେ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ପରିଚାଳନା କ୍ରମେ ମହାସଂଘର ପରିଚାଳନା କମିଟି ଚୟନ କରାଯାଇଥିଲା । ତଦନୁସାରେ ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଦେବେନ୍ଦ୍ର ପ୍ରସାଦ ଶର୍ମା ଓ ବଦ୍ରି ନାରାୟଣ ନାୟକ, ସଭାପତି ନାଟ୍ୟଗୌରବ ଡ଼ା. ତିରୁପତି ସାହୁ, ଉପସଭାପତି ଅକ୍ଷୟ କୁମାର କର୍ଣ, ଅମୂଲ୍ୟ କୁମାର ମୁଣ୍ଡ, ଭଗବାନ ସାମଲ, ପେନ୍ଡ୍ରା ପ୍ରସାଦ ନାୟକ, ବାଲାଜୀ ସାମନ୍ତରାୟ, ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ସହସମ୍ପାଦକ ଲକ୍ଷ୍ମୀ ନାରାୟଣ ସାମଲ, କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏବଂ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଭାବେ ରବୀନ୍ଦ୍ର କୁମାର ମିଶ୍ର, ଜି. ରାଜେନ୍ଦ୍ର ରେଡ୍ଡୀ, ଜୁଦ୍ଧିସ୍ଥିର୍ ଭଞ୍ଜ ସାମନ୍ତ, ପ୍ରଫୁଲ୍ଲ ବେହେରା, ଈଶ୍ୱର ମାଝୀ, ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।
ମହାସଂଘର ନିଷ୍ପତ୍ତି କ୍ରମେ କଳାକାର ହିତୈଷୀ କିଛି ଦାବି ରାଜ୍ୟ ମୁଖ୍ୟମନ୍ତ୍ରୀ, ସଂସ୍କୃତି ବିଭାଗ ମନ୍ତ୍ରୀ ଓ ସଚିବ ତଥା ନିର୍ଦ୍ଦେଶକଙ୍କୁ ଡାକ ଯୋଗେ ପ୍ରେରଣ କରିବା ନିମନ୍ତେ ସ୍ଥିର କରାଯାଇ ତାହା ପ୍ରସ୍ତୁତ କରାଯାଇଥିଲା । ସ୍ଵାଗତ ସଙ୍ଗୀତ ଶ୍ୱେତ କୁମାର ରଥ ଗାନ କରିଥିବା ବେଳେ ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟୁନ ୧୫ ଗୋଟି ଜିଲ୍ଲାର ପ୍ରତିନିଧି ସ୍ତରୀୟ କଳାକାର ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here