ଏଥର ଦୀପାବଳିରେ ବାଣ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲେ ଦିଲ୍ଲୀ ସରକାର, ପ୍ରଦୂଷଣ ଓ କରୋନା ମାମଲା ବଢୁଥିବାରୁ କଟକଣା ଲାଗୁ

0
156

ନୂଆଦିଲ୍ଲୀ, ୦୬/୧୧/୨୦୨୦(ବ୍ୟୁରୋ ରିପୋର୍ଟ)
ଏଥର ଦୀପାବଳିରେ ଦିଲ୍ଲୀରେ ଫୁଟିବନି ବାଣ । ବାଣ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ସହ କରୋନା ମାମଲା ବଢୁଥିବାରୁ ସରକାର କଟକଣା ଲଗାଇଛନ୍ତି । ତେଣୁ ଏଥର ଦୀପାବଳିରେ ବାଣ ନଫୁଟାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ । ନଭେମ୍ବର ୭ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣି ନଫୁଟାଇବା ପାଇଁ କୁହାଯାଇଛି । ଗ୍ରୀନ୍‌ କ୍ରାକର ଫୁଟାଇବା ଉପରେ ମଧ୍ୟ ନିଷିଦ୍ଧାଦେଶ ଜାରି କରାଯାଇଛି ।୨୦୧୮ ମସିହାରେ ସୁପ୍ରିମକୋର୍ଟ ଦିଲ୍ଲୀ ଏନ୍‌ସିଆରରେ ବାଣ ବିକ୍ରି ଓ ବ୍ୟବହାର ଉପରେ କଟକଣା ଲଗାଇଥିଲେ । ହେଲେ କେବଳ ଗ୍ରୀନ୍‌ କ୍ରାକରକୁ ଅନୁମତି ଦେଇଥିଲେ । ଗ୍ରୀନ୍‌ କ୍ରାକର କମ୍‌ ଧୂଆଁ ଓ ଶବ୍ଦ ସୃଷ୍ଟି କରିଥାଏ । ଚଳିତ ବର୍ଷ ଗ୍ରୀନ୍‌ କ୍ରାକର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାୟୁର ଗୁଣବତ୍ତା ଏବେ ଅଧିକ ରହିଛି ।ବାୟୁମଣ୍ଡଳରେ ରହୁଥିବା ୨.୫ ମାଇକ୍ରୋନର କଣିକା କରୋନା ମୃତ୍ୟୁକୁ ଅଧିକ ବୃଦ୍ଧି କରିଥାଏ । ହାଭାର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ଅନୁସାରେ ଏହା ମୃତ୍ୟୁ ହାରକୁ ୧୧ ପ୍ରତିଶତ ବଢାଇଥାଏ । ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହି କଣିକା ସଂସ୍ପର୍ଶରେ ଆସିବା ଦ୍ୱାରା କୋଭିଡ୍‌ ମୃତ୍ୟୁ ଆଶଙ୍କା ବଢିଥାଏ । ଦିଲ୍ଲୀରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ସପ୍ତାହେ ପୂର୍ବରୁ ଭୟଙ୍କର ଜୋନ୍‌ରେ ଥିଲା ।

LEAVE A REPLY

Please enter your comment!
Please enter your name here