ବୁଗୁଡା ଏନ୍ଏସି ମହାପାତ୍ର ସାହି ରାସ୍ତା ପାଲଟିଛି ବିପଦ ସଙ୍କୁଳ !

0
152

ବ୍ରହ୍ମପୁର, ୨୭/୧୦/୨୦୨୦ ( ଟୁକୁନା ପ୍ରଧାନ) -: ଗଞ୍ଜାମ ଜିଲ୍ଲା ବୁଗୁଡା ଏନ୍ଏସି ସ୍ଥିତ ମହାପାତ୍ର ସାହି ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ଥିବା ଜଣାପଡିଛି । ଏହି ରାସ୍ତାଟି ବୁଗୁଡା ପିପୁଲ୍ସ ହାଇସ୍କୁଲ ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ବେଳେ ଏହି ରାସ୍ତାରେ ଦୈନିକ ବହୁ ଲୋକ ମହାପାତ୍ର ସାହିକୁ ଯିବାଆସିବା କରନ୍ତି । କିନ୍ତୁ ସଂଯୋଗ କରୁଥିବା ରାସ୍ତା ଠାରେ ଡ୍ରେନ ଲାଇନ୍ ଯିବା ଫଳରେ ଦୁଇ ରାସ୍ତାକୁ ଯୋଡିବା ପାଇଁ ପ୍ଳେଟ ଆବରଣ କରାଯାଇଛି । କିନ୍ତୁ ପ୍ଳେଟ ଭାଙ୍ଗିବା ଫଳରେ ରାସ୍ତାରେ ଯିବାଆସିବା କଷ୍ଟ ସାଧ୍ଯ ହୋଇପଡିଛି । ଯାହାକି ରାତ୍ର ସମୟରେ ବହୁ ବିପଦ ସଙ୍କୁଳ ହେଉଥିବା ଜଣାପଡିଛି । ଉକ୍ତ ସମସ୍ୟା କୁ ନେଇ ସାହି ବାସିନ୍ଦା ବାରମ୍ବାର ଅଭିଯୋଗ କଲେ ମଧ୍ଯ ଶୁଣୁ ନାହାନ୍ତି ପ୍ରଶାସନିକ ଅଧିକାରୀ । ରାସ୍ତାର ମରାମତି କରିବା ପାଇଁ ମହାପାତ୍ର ସାହି ବାସିନ୍ଦା ଅନୁରୋଧ କରିଛନ୍ତି । ଏଥିପ୍ରତି ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବା ସହ ରାସ୍ତା ମରାମତି ଅତି ଶୀଘ୍ର କରାଗଲେ ସାହି ଲୋକ ଦୁର୍ଘଟଣାରୁ ବର୍ତ୍ତୀ ପାରିବେ ।

LEAVE A REPLY

Please enter your comment!
Please enter your name here