୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

0
417

 

ନୂଆଦିଲ୍ଲୀ,୧୬/୧୦/୨୦୨୦(ବ୍ୟୁରୋ ରିପୋର୍ଟ)୧୦୦ ଟଙ୍କା ପରେ ଏବେ ୭୫ ଟଙ୍କାର ମୁଦ୍ରା ଲଞ୍ଚ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖାଦ୍ୟ ଓ କୃଷି ସଂଗଠନ (FAO)ର ୭୫ତମ ବାର୍ଷିକୀ ଅବସରରେ ଏହି ୭୫ ଟଙ୍କାର ମୁଦ୍ରା ଲଞ୍ଚ୍ କରିଛନ୍ତି। ସାରା ଦୁନିଆରେ ଆଜି FAOର ବାର୍ଷିକୀ ପାଳନ କରାଯାଉଛି। କିଛି ଦିନ ତଳେ ଅର୍ଥାତ୍ ଅକ୍ଟୋବର ୧୨ ତାରିଖରେ ପ୍ରଧାନମନ୍ତ୍ରୀ ବିଜୟରାଜେ ସିନ୍ଧିଆଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଥିଲେ।ତେବେ ଆଜି ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ ଅବସରରେ ମୋଦି କୁପୋଷଣ ଓ ଖାଦ୍ୟାଭାବ ବିରୋଧରେ ଲଢ଼ିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ମୋଦି କହିଛନ୍ତି, କରୋନା ମହାମାରୀ ସମୟରେ ଗତ ୭-୮ ମାସ ଭିତରେ ଭାରତରେ ପ୍ରାୟ ୮୦ କୋଟି ଗରିବଙ୍କୁ ମାଗଣାରେ ରାସନ୍ ଯୋଗାଇ ଦିଆଯାଇଛି। ଏପରିକି ଏହା ମଧ୍ୟରେ ଭାରତରେ ପ୍ରାୟ ଦେଢ଼ କୋଟି ଲକ୍ଷ ଟଙ୍କାର ଖାଦ୍ୟ ଗରିବଙ୍କୁ ମାଗଣାରେ ବଣ୍ଟନ କରାଯାଇଛି।

LEAVE A REPLY

Please enter your comment!
Please enter your name here