ପ୍ରଧାନମନ୍ତ୍ରୀ ମୋଦୀ ଆଜି ଶୁଭାରମ୍ଭ କରିବେ ପ୍ରପର୍ଟି କାର୍ଡ, ଲକ୍ଷାଧିକ ଲୋକଙ୍କୁ ମିଳିବ ଲାଭ

0
420

ନୂଆଦିଲ୍ଲୀ,୧୧/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ଗ୍ରାମାଂଚଳ ଭାରତର ପରିବର୍ତ୍ତନ ଲାଗି ବଡ଼ ସଂଶୋଧନ ଉଦ୍ୟମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥି ଲାଗି ସେ ଆଜି ଭିଡିଓ ବାର୍ତ୍ତା ଜରିଆରେ ଭୂ-ସଂପତ୍ତି ମାଲିକଙ୍କୁ ‘ସ୍ୱାମିତ୍ୱ’ ଯୋଜନାରେ ସଂପତ୍ତି କାର୍ଡ ବିତରଣ କରିବା ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନ।।ରୁ ପାଖାପାଖି ଏକ ଲକ୍ଷ ଭୂ-ସଂପତ୍ତି ମାଲିକ ନିଜର ମୋବାଇଲ ଫୋନରେ ଏସଏମଏସ ମାଧ୍ୟମରେ ପ୍ରାପ୍ତ ହେବାକୁ ଥିବା ସଂପତ୍ତି କାର୍ଡ ଡାଉନଲୋଡ କରିପାରିବେ । ସଂପର୍କିତ ରାଜ୍ୟ ସରକାର ସଂପତ୍ତି କାର୍ଡର ଭୌତିକ ବିତରଣ କରିବେ ।ଆଜି ଶୁଭାରମ୍ଭ ହେଉଥିବା ଏହି ଯୋଜନାରୁ ୬ଟି ରାଜ୍ୟର ୭୬୩ଟି ଗାଁ ଉପକାର ପାଇବେ । ଏଥିରେ ଉତ୍ତର ପ୍ରଦେଶର ୩୪୬, ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଓ କର୍ଣ୍ଣାଟକର ୨ଟି ଗାଁ ଅଛି । ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ରାଜ୍ୟର ହିତାଧିକାରୀ ଦିନକ ପରେ ଭୌତିକ କାର୍ଡ ପାଇବେ । ମହାରାଷ୍ଟ୍ରରେ ପ୍ରାୟ ୧ ମାସ ବିଳମ୍ବରେ ମିଳିବ । କାରଣ ମହାରାଷ୍ଟ୍ର ସରକାର ସଂପତ୍ତି କାର୍ଡ ଲାଗି ସାମାନ୍ୟ ଶୁଲ୍କ ଲାଗୁ କରିବା ପରିଚାଳନା କରୁଛି ।ଏହି ଯୋଜନାରେ ଭୂ-ସଂପତ୍ତିର ମାଲିକ ନିଜର ସଂପତ୍ତିକୁ ଆର୍ଥିକ ସଂପତ୍ତି ଭାବେ ବ୍ୟବହାର କରିପାରିବେ । ଏହାର ବ୍ୟବହାର ଋଣ ଆଦି ଆବେଦନ ସମେତ ଅନ୍ୟ ଆର୍ଥିକ କାରବାରରେ ବ୍ୟବହାର ହୋଇପାରିବ । ଏହି ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୋଦୀ କିଛି ହିତାଧିକାରୀଙ୍କ ସହିତ କଥା ହେବେ । ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here