କଙ୍ଗନାଙ୍କ ଅଫିସରେ ଚାଲିଲା ବିଏମସିର ବୁଲଡୋଜର: କଙ୍ଗନା କହିଲେ, ‘ଏହି ରାମ ମନ୍ଦିର ପୁଣି ତିଆରି ହେବ

0
301

ମୁମ୍ବାଇ,୦୯/୦୯/୨୦୨୦(ବ୍ୟୁରୋ ରିପୋର୍ଟ)କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା | ବିଏମସି କର୍ମଚାରୀ ତାଙ୍କ ଅଫିସରେ ପହଞ୍ଚିଥିଲେ | କଙ୍ଗନାଙ୍କ ଅଫିସରେ ଅବୈଧ ନିର୍ମାଣ ନେଇ ବିଏମସି ନୋଟିସ ଜାରି କରିଥିଲା | କଙ୍ଗନା ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ଶତ୍ରୁ ପୁଣିଥରେ ପ୍ରମାଣ କରିଛନ୍ତି ସେ କଣ | ସେଥିପାଇଁ ସେ ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ ବୋଲି କହିଛନ୍ତି |

କଙ୍ଗନା ନିଜ ଅଫିସକୁ ରାମ ମନ୍ଦିର ବୋଲି ଦର୍ଶାଇ କହିଛନ୍ତି ଯେ, ତାଙ୍କ ଅଫିସ ତାଙ୍କ ପାଇଁ କେବଳ ଏକ କୋଠା ନଥିଲା ବରଂ ମନ୍ଦିର ଥିଲା | ଆଜି ସେହି ମନ୍ଦିରକୁ ବାବର ଆସିଛି | ଇତିହାସ ପୁଣି ନିଜକୁ ଦୋହରାଇଛି | ରାମ ମନ୍ଦିର ପୁଣି ଭଂଗାଯିବ | କିନ୍ତୁ ଏହି ରାମ ମନ୍ଦିର ପୁଣି ତିଆରି ହେବ ବୋଲି ସେ କହିଛନ୍ତି | ଆଉ ଏକ ଟ୍ୱିଟରେ ସେ ବିଏମସି ତାଙ୍କ ଅଫିସ ଭଙ୍ଗାରୁଜା କରୁଥିବା ଫଟୋ ସେୟାର କରିଛନ୍ତି | ଫଟୋ ସେୟାର କରି କ୍ୟାପସନରେ ପାକିସ୍ତାନ ଲେଖିଛନ୍ତି |
ଆଉ ଏକ ଟ୍ୱିଟରେ କଙ୍ଗନା କହିଛନ୍ତି,’ମୁଁ କେବେ ଭୁଲ ନଥିଲି | ମୋ ଶତ୍ରୁ ବାରମ୍ବାର ଏହା ପ୍ରମାଣିତ କରିଛନ୍ତି |’

LEAVE A REPLY

Please enter your comment!
Please enter your name here