ବଢୁଛି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ

0
204

ମୁମ୍ବାଇ,୧୬/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁ ସମୟ ଉଲ୍ଲେଖ ହୋଇନଥିବା ନେଇ ପ୍ରଶ୍ନ ଉଠାଇଲେ ସୁଶାନ୍ତଙ୍କ ପରିବାରର ଓକିଲ। ସେପଟେ ଅଭିଯୋଗ ପରେ ଫ୍ଲାଟ ଓ ଇଏମଆଇ କାଗଜପତ୍ର ସେୟାର କଲେ ଅଙ୍କିତା
ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାକୁ ଯେତିକି ସମୟ ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ସୁଶାନ୍ତଙ୍କ ପୋଷ୍ଟମର୍ଟମ କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ବିକାଶ ସିଂ କହିଛନ୍ତି ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ମୃତ୍ୟୁ ସମୟର ସୁଚନା ଦିଆଯାଇନାହିଁ । ଯାହା ବେଶ ଗୁରୁତ୍ୱପୁର୍ଣ୍ଣ ବୋଲି ସେ କହିଛନ୍ତି । ସୁଶାନ୍ତଙ୍କୁ ତାଙ୍କ ମୃତ୍ୟୁ ପରେ ଫାଶୀରେ ଝୁଲାଯାଇଥିଲା କି ଫାଶୀରେ ଝୁଲିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ମୃତ୍ୟୁ ସମୟରୁ ହିଁ ସ୍ପଷ୍ଟ ହୋଇପାରେ ବୋଲି କହିଛନ୍ତି ତାଙ୍କ ଓକିଲ । ଯାହା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଆହୁରି ରହସ୍ୟ ବଢାଇଦେଇଛି । ସେପଟେ ସୁଶାନ୍ତଙ୍କ ପରିବାର ଲୋକ ତାଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁ ବୋଲି ଦାବି କରିଛନ୍ତି । ଅନ୍ୟପଟେ ସୁଶାନ୍ତ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ଏବଂ ବିହାର ପୋଲିସର ତଦନ୍ତ ସାମ୍ନାକୁ ଆସିଛି । ଏହା ସହ ଇଡ଼ି ମଧ୍ୟ ଏହି ମାମଲାର ତଦନ୍ତ ଜାରି ରଖିଛି । ସୁଶାନ୍ତଙ୍କ ମହିଳା ବନ୍ଧୁ ରିୟା ଚକ୍ରବର୍ତିଙ୍କୁ ପଚରା ଉଚରା କରିଛି ଇଡ଼ି । ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ଯେଉଁ ଫ୍ଲାଟରେ ରହୁଛନ୍ତି ତାର ଇଏମଆଇ ସୁଶାନ୍ତ ଭରୁଥିବା ନେଇ ଗତକାଲି ଖବର ପ୍ରକାଶ ପାଇଥିଲା । ଏହାର ପ୍ରତିକ୍ରିୟା ରଖି ଅଙ୍କିତା ଲୋଖାଣ୍ଡେ ତାଙ୍କ ଘରର ରେଜିଷ୍ଟ୍ରେସନ୍ ଏବଂ ବ୍ୟାଙ୍କ ଡ଼ିଟେଲ୍ସ ଶେୟାର କରିଛନ୍ତି । ତେବେ ଅଙ୍କିତା କହିଛନ୍ତି ଘରର ଇଏମଆଇ ତାଙ୍କ ବ୍ୟାଙ୍କ ଆଉଂଟରୁ ହିଁ କଟୁଛି । ଆଉ ବ୍ୟାଙ୍କ ଷ୍ଟେଟମେଂଟ ସୋସିଆଲ ମିଡ଼ିଆରେ ଶେୟାର କରି ତାର ପ୍ରମାଣ ଦେଇଛନ୍ତି ଅଙ୍କିତା।

LEAVE A REPLY

Please enter your comment!
Please enter your name here