ଘୁମୁସର କଂଗ୍ରେସର ଭୀଷ୍ମ ପିତାମହ ନୃସିଂହ ରଥଙ୍କ ଇହଲୀଳା ସମ୍ବରଣ । କଂଗ୍ରେସ ଅନୁଗାମୀ ମହଲରେ ଶୋକର ଛାୟା ।

0
123

 

ବ୍ରହ୍ମପୁର, ୧୨/୦୮/୨୦୨୦:
ଏକଦା ଘୁମୁସରକୁ କଂଗ୍ରେସର ଅଭେଦ୍ୟ ଦୁର୍ଗ ଭାବରେ ପ୍ରତିପାଦିତ କରିଥିବା ବରେଣ୍ୟ କଂଗ୍ରେସ ବ୍ୟକ୍ତିତ୍ଵ ସ୍ବର୍ଗତ ସୋମନାଥ ରଥଙ୍କ ସୁଯୋଗ୍ୟ ଦାୟାଦ ବିଶିଷ୍ଟ ଓକିଲ ,ସମାଜ ସଂଗଠକ ,ଧୂରିଣ ଜନନେତା , ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ , ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ,ଭଞ୍ଜନଗର ବ୍ଲକ କଂଗ୍ରେସ ସଭାପତି ,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ,ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଭଞ୍ଜନଗରର ସୁଯୋଗ୍ୟ ସନ୍ତାନ ଶ୍ରୀ ନୃସିଂହ ଚରଣ ରଥ ଆଜି ପ୍ରତ୍ୟୁଷରେ ଭଞ୍ଜନଗରସ୍ଥିତ ନିଜ ବାସଭବନରେ ୬୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ।ଘୁମୁସର ମାଟିର ଜଣେ ନିଷ୍ଠାବାନ ତଥା କର୍ତ୍ତବ୍ୟ ନିଷ୍ଠ ବ୍ୟକ୍ତିତ୍ଵ ଭାବେ ଜଣାଶୁଣା ସ୍ୱର୍ଗତ ରଥ ନିଜକୁ ଘୁମୁସର କଂଗ୍ରେସର ଦୟାଦ ଭାବେ ପିତା ପୂର୍ବତନ ବିଧାନସଭା ବାଚସ୍ପତି ତଥା ମନ୍ତ୍ରୀ ସ୍ବର୍ଗତ ସୋମନାଥ ରଥଙ୍କ ସମୟରୁ ଉପସ୍ଥାପିତ କରିଥିଲେ ।ଏକାଧାରରେ ଜଣେ ଓକିଲ ଭାବେ ଅଞ୍ଚଳ ଦିନ ଦରିଦ୍ର ଙ୍କୁ ଆଇନ ସହାୟତା କରି ଜନ ମାନସରେ ସୁନାମ ସାଉଁଟି ପ୍ରିୟପାତ୍ର ହେବା ସହିତ କଂଗ୍ରେସରେ ରହି ନିଜକୁ ଘୁମୁସର କଂଗ୍ରେସର ଭୀଷ୍ମ ପିତାମହ ଭାବରେ ପ୍ରତିପାଦିତ କରିପାରିଥିଲେ ।

ସ୍ବର୍ଗତ ନୃସିଂହ ଚରଣ ରଥଙ୍କ ବିୟୋଗରେ ରାଜ୍ୟ କଂଗ୍ରେସର ଅପୂରଣୀୟ କ୍ଷତି ହେବା ସହ ଭଞ୍ଜନଗର ଅଞ୍ଚଳ କଂଗ୍ରେସ ବ୍ୟକ୍ତିତ୍ଵ ଏବଂ ଅନୁଗାମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।ସ୍ବର୍ଗତ ରଥଙ୍କ ବହୁ ସମର୍ଥକ , କଂଗ୍ରେସ ଜନନେତା ଓ ବରିଷ୍ଟ ବୁଦ୍ଧିଜୀବି ଆଜି ଶେଷଶଯ୍ୟାରେ ଦର୍ଶନ ପହଞ୍ଚିଥିବା ଦେଖିବାକୁ ମିଳିଅଛି ।ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସ ନେତା ଶ୍ରୀ ପ୍ରଶାନ୍ତ କୁମାର ବିଷୋୟୀ ,କଂଗ୍ରେସ କୋର୍ କମିଟି ସଦସ୍ୟ ଶ୍ରୀ ଦେବୀ ବିଷୋୟୀ ସ୍ବର୍ଗତ ରଥଙ୍କ ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।ଭଞ୍ଜନଗର ବାର କାଉନସିଲ ପକ୍ଷରୁ ସ୍ବର୍ଗତ ରଥଙ୍କୁ ଶେଷ ଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କରାଯାଇଛି ।

ରିପୋର୍ଟ – ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here