ରଙ୍ଗେଇଲୁଣ୍ଡା ବ୍ଳକ ରେ ମୂଖ୍ଯମନ୍ତ୍ରୀ ଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ କୋଭିଡ୍ -୧୯ ଆଲୋଚନା

0
126

 

ବ୍ରହ୍ମପୁର,୧୦/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ରଙ୍ଗେଈଲୁଣ୍ଡା ବ୍ଲକ ସଭା ଗୃହ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁମାର ନାଗଭୁଷଣ, କନିସି ତହସିଲଦାର, ରଙ୍ଗେଈଲୁଣ୍ଡା ବ୍ଲକ ମେଡିକାଲ ଅଫିସର, ସିଡିପିଓ, ଗୋପାଳପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମସ୍ତ ବ୍ଲକ ପ୍ରଶାସନ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ମେମ୍ବର ସହିତ କୋଭିଡ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ କୋଭିଡ୍‌ ସଂକ୍ରମଣ ପାଇଁ ସରପଞ୍ଚମାନେ ଦକ୍ଷ ନେତୃତ୍ବ ନେଇ ଗୋପାଳପୁର ନିର୍ବାଚନ ମଣ୍ଡଳୀ କୁ ଗ୍ରୀନ ଜୋନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଗୋପାଳପୁର ଏନଏସି ଗ୍ରୀନ ଜୋନ ହେଇଥିବାରୁ ମାନ୍ୟବର ବିଧାୟକ ଗୋପାଳପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ତାଙ୍କ ସମସ୍ତ ଟିମ କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here