କରୋନା ଡର, ଗାଁ ଦାଣ୍ଡରେ ୧୪ ଘଣ୍ଟା ପଡ଼ି ରହିଲା ଶବ

0
276

 

ଭଞ୍ଜନଗର,୧୯/୦୭/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ଭୟ ପାଇଁ ୧୪ ଘଣ୍ଟା ପଡ଼ି ରହିଲା ମହିଳାଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଲାପଡ଼ା ଗାଁରେ।ଗତକାଲି ମହିଳାଙ୍କ ଅଚାନକ ମୃତ୍ୟୁ ଘଟିଥିଲା। ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କ ମୃତଦେହକୁ ଛୁଇଁ ନଥିଲେ। ପରେ ପରିବାର ଲୋକେ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରି‌ଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ଶୀଘ୍ର କୌଣସି ସହଯୋଗ ମିଳିନଥିଲା। ୧୪ ଘଣ୍ଟା ଧରି ମୃତ ଦେହ ଗାଁ ଦାଣ୍ଡରେ ପଡ଼ି ରହିବା ପରେ  ବିଳମ୍ୱିତ ରାତିରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହାୟତାରେ ଉକ୍ତ ମହିଳାଙ୍କ ଶବ ସଂସ୍କାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here