ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି କଲେ ୟେଦୁରପ୍ପା

0
440

କର୍ଣ୍ଣାଟକରେ ଏଚ.ଡି. କୁମାରସ୍ବାମୀ ସରକାରର ପତନ ପରେ ବର୍ତ୍ତମାନ ନୂଆ ସରକାର ଗଠନକୁ ନେଇ ରାଜ୍ୟରେ ହଲଚଲ୍‌ ଜାରି ରହିଛି। ତେବେ ବିଜେପି ନେତା ବି.ଏସ. ୟେଦୁରପ୍ପା ଶୁକ୍ରବାର ସକାଳ 10ଟା ବେଳେ ରାଜ୍ୟପାଳ ବାଜୁଭାଇ ଭାଲାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ସନ୍ଧ୍ୟା 6ଟାରେ ଶପଥ ଗ୍ରହଣ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ୟେଦୁରପ୍ପା ଦାବି କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ଅବସରରେ ୟେଦୁରପ୍ପା ତାଙ୍କ ପ୍ରତି 105 ବିଧାୟକଙ୍କ ସମର୍ଥନ ରହିଥିବା ସଂକ୍ରାନ୍ତ ପତ୍ର ପ୍ରଦାନ କରିଥିଲେ। ତାଙ୍କୁ ବିଧାୟକ ଦଳ ନେତା ଚୟନ କରାଯାଇଥିବା ୟେଦୁରପ୍ପା କହିଥିଲେ। ଏହା ସହିତ ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରାଇବାକୁ ସେ ଦାବି କରିଛନ୍ତି। କଂଗ୍ରେସ ଜେଡିଏସ୍‌ ମେଣ୍ଟ ସରକାର ସଂଖ୍ୟାଲଘୁ ହେବା ପରେ ବର୍ତ୍ତମାନ ବିଜେପି ନିକଟରେ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି। ତିନି ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷିତ କରିଥିବାରୁ ବହୁମତ ହାସଲ ନିମନ୍ତ 112 ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଅସନ୍ତୁଷ୍ଟ ବିଧାୟକଙ୍କ ସମର୍ଥନରେ ବିଜେପି ମ୍ୟାଜିକ୍‌ ନମ୍ବର ହାସଲ କରିପାରିବ ବୋଲି ୟେଦୁରପ୍ପା ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here