ମହାରାଷ୍ଟ୍ର: ବିପଦ ଟଳିନାହିଁ, ଜୁନ ୩୦ ପରେ ମଧ୍ୟ ଜାରି ରହିବ ଲକଡାଉନ୍

0
284

 

ମୁମ୍ବାଇ,୨୮/୦୬/୨୦୨୦:କରୋନା ବିପଦ ଏବେବି ଟଳିନାହିଁ । ରାଜ୍ୟରେ ଜୁନ ୩୦ ପରେ ମଧ୍ୟ ଲକଡାଉନ୍ ଜାରି ରହିବ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଜନସାଧାରଣଙ୍କୁ ଉଦବୋଧନ ଦେଇ ଉଦ୍ଧବ କହିଛନ୍ତି ଯେ, ଜୁନ ୩୦ ପରେ ଲକଡାଉନ୍ ହଟାଯିବ ନାହିଁ । ସ୍ଥିତି ପୂର୍ବଭଳି ରହିନାହିଁ । ଅନଲକ୍ ହେବା ସମୟରେ ସବୁ ଦିଗକୁ ଧ୍ୟାନରେ ରଖିବାକୁ ହେବ । ଧିରେ ଧିରେ ଏହାକୁ ଖୋଲିବାକୁ ହେବ । କାରଣ ବିପଦ ଏବେବି ଟଳିନାହିଁ। ସେ ଆହୁରି କହିଛନ୍ତି ଯେ, ଆମକୁ ଦାୟିତ୍ୱବାନ ହେବାକୁ ପଡିବ । ଆମର ଅସାବଧାନତାକୁ କରେନା ଭାଇରସ ଅପେକ୍ଷା କରି ରହିଛି । ଯଦି କୌଣସି ଜରୁରୀ କାମ ନାହିଁ ତେବେ ବାହାରକୁ କେହି ବାହାରନ୍ତୁ ନାହିଁ । ମହାରାଷ୍ଟ୍ରରେ ଶନିବାର ଗୋଟିଏ ଦିନରେ ୫୩୧୮ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହାସହ ସର୍ବାଧିକ ୧୬୭ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଏବେ ମୋଟ ମାମଲା ୧,୫୯,୧୩୩ରେ ପହଁଚିଛି । ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ କେବଳ ୭୩,୭୪୭ଟି ମାମଲା ଆସିଛି।

LEAVE A REPLY

Please enter your comment!
Please enter your name here