ଛତ୍ରପୁର ଏସ୍ ଡି ପି ଓ ଓ ଛତ୍ରପୁର ଥାନା ଅଧିକାରୀ କରୋନା ପଜିଟିଭ୍ , ଟୁଇଟର ଯୋଗେ ସୁଚନା ଦେଲେ ଏସପି

0
312

 

ଛତ୍ରପୁର,୧୩/୦୬/୨୦୨୦(ବ୍ୟୁରୋ ରିପୋର୍ଟ): ଗଞ୍ଜାମ ସ୍ଥିତ ଛତ୍ରପୁର ରେ ଏସଡ଼ିପିଓ ଏବଂ ଆଇଆଇସି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ଏହାସହ ଦୁହିଁଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଏସପି । ଦୁହିଁଙ୍କ କରୋନା ବିରୋଧ ଲଢ଼େଇ ଅନ୍ୟକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୨୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ଜଣ ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ ୨୯ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି

LEAVE A REPLY

Please enter your comment!
Please enter your name here