ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ପକ୍ଷରୁ ବ୍ଲକ ସଙ୍ଗରୋଧ୍ କେନ୍ଦ୍ରରେ ଥିବା ସମସ୍ତ ମହିଳା ଓ ଶିଶୁ ଅନ୍ତେବାସୀଙ୍କୁ ହର୍ଲିକସ୍ ପ୍ରଦାନ।

0
482

 

ବ୍ରହ୍ମପୁର,୧୫/୦୫/୨୦୨୦:କରୋନା ସଂକ୍ରମଣ ଜନିତ ବିଷମ ସ୍ଥିତିରେ ବହୁ ପ୍ରବାସୀ ଫେରନ୍ତା ଦେଶର ପ୍ରମୁଖ ହଟ୍ ସ୍ପଟ୍ ଅଞ୍ଚଳରୁ ଆସି ସରକାରୀ ସାଙ୍ଗରୋଧ ବ୍ୟବସ୍ଥାରେ ଅଛନ୍ତି ।ସରକାରଙ୍କ ତରଫରୁ ସେମାନଙ୍କୁ ଏକାନ୍ତ ବାସ ପ୍ରକ୍ରିୟାରେ ତିନି ସପ୍ତାହ ଧରି ବି ପରୀକ୍ଷା ନିରୀକ୍ଷା ପରେ କରୋନାସଂକ୍ରମଣ ଟେଷ୍ଟ କରାଯାଇ ସଂଗରୋଧରୁ ଫେରିବା ବ୍ୟବସ୍ଥା ରହିଅଛି । ଏହି ସ୍ଥିତିରେ ସାନଖେମୁଣ୍ଡି ବ୍ଲକ ଅଧିନ ୨୬ ଗୋଟି ପଞ୍ଚାୟତର ୧୩୦ ସଂଗାରୋଧ କେନ୍ଦ୍ରରେ ବୁଧବାର ସୁଦ୍ଧା ୨୮୦୦ ଜଣ ପ୍ରବାସୀ ଫେରନ୍ତା ଙ୍କ ଆଗମନ ହୋଇଥିବା ବେଳେ ସେଥି ମଧ୍ୟରେ ୧୨୨ ଜଣ ମହିଳା ଓ ୯୦ ଜଣ ଶିଶୁ ରହିଥିବା ପ୍ରଶାସନ ସୂତ୍ରରୁ ଜଣାଯାଇଛି ।ସରକାରଙ୍କ ବ୍ୟବସ୍ଥା ପ୍ରକାରେ ସବୁ ଅନ୍ତେବାସୀଙ୍କୁ ମାଗଣା ଖାଇବା,ରହିବା ସହ ଆନୁ ସଂଗିକ ଚିକିତ୍ସା ବ୍ୟବସ୍ଥା ମଧ୍ୟ ରହିଅଛି ପରନ୍ତୁ ନିଜ ପରିବାରକୁ ଛାଡ଼ି ସଙ୍ଗରୋଧରେ ଥିବା ନିରୀହ ମହିଳା ଓ ଶିଶୁଙ୍କ ପାଇଁ ସରକାରୀ ବ୍ୟବସ୍ଥା ଅନୁସାରେ ସେବା ମିଳିନଥିବା ବେଳେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ତରଫରୁ ଅଞ୍ଚଳରେ ସଂଗରୋଧ୍ ଥିବା ସମସ୍ତ ମହିଳା ଓ ଶିଶୁଙ୍କ ପାଇଁ ହାର୍ଲିକସ୍ ପରିପୂରକ ଖାଦ୍ୟର ବ୍ୟବସ୍ଥା ହୋଇଅଛି ।ମାନ୍ୟବର ବିଧାୟକଙ୍କ ତରଫରୁ ଆଜି ତାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଚିନ୍ମୟ କୁମାର ହୋତା ବ୍ଲକ ର ସମସ୍ତ ସଂଗାରୋଧା କେନ୍ଦ୍ର ଗସ୍ତ କରିବା ସହିତ ଅନ୍ତେବାସୀ ମହିଳା ଓ ଶିଶୁ ମାନଙ୍କୁ ହାରଲିକସ୍ ପକେଟ୍ ଓ ଶିଶି ପ୍ରଦାନ କରିଛନ୍ତି ।ବିଗତ ଦିନରେ ସମସ୍ତ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲାପରେ ସମ୍ପ୍ରତି ବିଧାୟକଙ୍କ ଦ୍ଵାରା ଏତାଦୃଶ
ହିତକାରୀ କାର୍ଯ୍ୟକ୍ରମକୁ ନେଇ ସଂଗରୋଧାରେ ଥିବା ଅନ୍ତେବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା ବେଳେ ଅଞ୍ଚଳ ଜନସାଧାରଣଙ୍କ ମନରେ ବିଧାୟକଙ୍କ ଭାବମୂର୍ତ୍ତି କୁ ନେଇ ଆଲୋଚନା ହେଉଥିବା ଲକ୍ଷ କରାଯାଇଅଛି ।

ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ

(ସନ୍ତୋଷ କୁମାର ଦାଶ)

LEAVE A REPLY

Please enter your comment!
Please enter your name here